The Ultimate Managed Hosting Platform
ADVERTISEMENT

ଭୁଲ ବାଟ ଦେଖାଇଲା ଗୁଗଲ, ଗୋଆ ବଦଳରେ ଘଞ୍ଚ ଜଙ୍ଗଲରେ ପଶିଲେ ବିହାରରୁ ଯାଉଥିବା ଏକ ପରିବାର

Facebook
Twitter
LinkedIn

ନୂଆଦିଲ୍ଲୀ : ଭୁଲ ବାଟ ଦେଖାଇଲା ଗୁଗୁଲ । ସର୍ଟକଟ୍ ରାସ୍ତା ପାଇଁ ସେମାନେ ଗୁଗଲ ମ୍ୟାପ ବ୍ୟବହାର କରିଥିଲେ । ବିହାରରୁ ଗୋଆ ଅଭିମୁଖେ ଯାଉଥିବା ଏକ ପରିବାର ଗୁଗୁଲ ମ୍ୟାପ ଉପରେ ନିର୍ଭର କରି ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶିଯାଉଥିବା ଖବର ସାମ୍ନାକୁ ଆସିଛି । ଗୁଗଲ ମ୍ୟାପର ଭୁଲ୍ ନେଭିଗେସନ୍ ହେତୁ କର୍ଣ୍ଣାଟକ ର ବେଲାଗାଭି ଜିଲ୍ଲାର ଖାନପୁର ଅଞ୍ଚଳର ଜଙ୍ଗଲରେ ସେମାନଙ୍କୁ ରାତି କଟାଇବାକୁ ପଡ଼ିଥିଲା । ମ୍ୟାପ୍ରେ ଶିରୋଲି ଏବଂ ହେମାଡାଗା ନିକଟ ଜଙ୍ଗଲ ଦେଇ ଏକ ଛୋଟ ମାର୍ଗକୁ ନିର୍ଦ୍ଦେଶ ଦେଇଥିଲା । ବିପଦ ବିଷୟରେ କୌଣସି ଧାରଣା ନଥିବା ବେଳେ ପୂରା ପରିବାର ପ୍ରାୟ ଆଠ କିଲୋମିଟର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଏହା ପରେ ଘଞ୍ଚ ଜଙ୍ଗଲ ଭିତରେ ସେମାନେ ବାହାରକୁ ଯିବା ପାଇଁ ବାଟ ପାଇ ନଥିଲେ । ସେତିକି ନୁହେଁ ମୋବାଇଲ୍ ନେଟ୍ୱର୍କ କନେକ୍ସନ ନଥିବାରୁ ବାହାର ଲୋକଙ୍କ ସହିତ ଯୋଗାଯୋଗ ମଧ୍ୟ ହୋଇପାରି ନଥିଲା । ବାହାରକୁ ବାହାରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରି ନଥିଲେ । ତେଣୁ ଭୟଭୀତ ହୋଇ ନିଜ କାର୍ରେ ରାତି କାଟିବାକୁ ବାଧ୍ୟ ହୋଇଥିଲେ । ପରଦିନ ସକାଳେ ୪ କିଲୋମିଟର ଚାଲିବା ପରେ ମୋବାଇଲ୍ ନେଟୱାର୍କ ପାଇଥିଲେ । ଏହା ପରେ ଜରୁରୀକାଳୀନ ହେଲ୍ପଲାଇନ ନମ୍ବରକୁ ଫୋନ କରି ସହାୟତା ମାଗିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରେ ଫସି ରହିଥିବା ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login