ମୁମ୍ବାଇ: ନିର୍ଦ୍ଦେଶକ ଅନିସ ବଜମିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ‘ଭୁଲ୍ ଭୁଲେୟାଁ-୩’ରେ ଅଭିନେତ୍ରୀ ବିଦ୍ୟା ବାଲାନ ଓ ଅଭିନେତା କାର୍ତ୍ତିକ ଆର୍ୟ୍ୟାନ ନଜର ଆସିବେ ବୋଲି ପୂର୍ବରୁ ସୂଚନା ମିଳିସାରିଛି। ବର୍ତ୍ତମାନ ହସ୍ତଗତ ହୋଇଥିବା ନୂତନ ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ରରେ ବଲିଉଡର ଧକ୍ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିପାରନ୍ତି। ତେବେ ମଜାଦାର କଥା ହେଉଛି, ସେ ଏଥିରେ ଏକ ଭୂତୁଣୀର ଭୂମିକା ନିଭାଇବେ ବୋଲି ଅନୁମାନ କରାଯାଉଛି।ନିର୍ମାତା ପ୍ରଥମ ଥର ପାଇଁ ମାଧୁରୀ ଓ ବିଦ୍ୟାଙ୍କୁ ପରଦାରେ ଏକାଠି ଦେଖାଇବାର ପ୍ରଚେଷ୍ଟା କରି ଦର୍ଶକଙ୍କ ଭିତରେ ଉତ୍ସୁକତା ବୃଦ୍ଧି କରିଛନ୍ତି। ସିନେମାଟିରେ ମହିଳା ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍।
Views: 154