ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଚିଲା ଉତ୍ତମଙ୍କ ପାର୍ଥିବ ଶରୀର । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ ଉତ୍ତମ ମହାନ୍ତି । ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯିବ ପାର୍ଥିକ ଶରୀର । ବାସଭବନରେ ହେବ ଅନ୍ତିମ ଦର୍ଶନ । ବାସଭବନରେ ଉତ୍ତମଙ୍କ ଶେଷଯାତ୍ରା ପାଇଁ କୋକେଇ ବନ୍ଧା ଆରମ୍ଭ ହୋଇଥିବାବେଳେ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇସାରିଛି । ଉତ୍ତମ ମହାନ୍ତିଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।
Views: 25