ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ । ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଜବତ ରହିଥିବା ସୂଚନା ରହିଛି । ଲଗେଜ ସ୍କାନିଂ ବେଳେ ଟଙ୍କା ଥିବା ଜଣାପଡିଥିଲା । ଜଣେ ଦିଲ୍ଲୀରୁ ଓ ଆଉ ଜଣେ ଚେନ୍ନାଇରୁ ଆସିଥିଲେ । କେଉଁଥି ପାଇଁ ଏତେ ଟଙ୍କା ଆସିଥିଲା ଚାଲିଛି ତଦନ୍ତ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନେ୍ଦହ ସୃଷ୍ଟି କରୁଛି । ଜବତ ଟଙ୍କା ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କାକୁ ସିଜ କରି ଆୟକର ବିଭାଗ ଘଙ୍କମାର ତଦନ୍ତ କରୁଛି ।
Views: 101