The Ultimate Managed Hosting Platform
ADVERTISEMENT

ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ରେମାଲ , ଉପକୂଳ ଓଡିଶାରେ ବର୍ଷା ଓ ପବନ ସମ୍ଭାବନା

Facebook
Twitter
LinkedIn

ଭୁବନେଶ୍ୱର : ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା ‘ରେମାଲ’ । ଉତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାରରେ ବାତ୍ୟା ଅଧିକ ଘନୀଭୂତ ହେବା ସହ ୬ ଘଂଟା ଧରି ୬ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରୁଛି । ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲା ଉପକୂଳରେ ଛୁଇଁବ ସ୍ଥଳଭାଗ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ଣ୍ଣିଂ ଜାରି । ବର୍ତମାନ ଏହାର ପଶ୍ଚିମବଙ୍ଗ ସାଗରଦ୍ୱୀପ ଠାରୁ ୨୯୦ ଏବଂ ବାଂଲାଦେଶ ଖେପୁପାରା ଠାରୁ ୩୦୦ କିମି ଦୂରରେ ରହିଛି । ଦୀଘାଠୁ ୩୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ପଶ୍ଚିମବଙ୍ଗରେ ରହିଛି । ମଧ୍ୟରାତ୍ରିରେ ଏହା ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ପ୍ରତିଘଂଟା ରହିବ । ସମୟ ସମୟରେ ଏହା ୧୩୫ କିଲୋମିଟର ପ୍ରତିଘଂଟା ଛୁଇଁବ ବୋଲି ମଧ୍ୟ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login