ଭୁବନେଶ୍ୱର : ଭୁବନେଶ୍ୱର ଆରାଣ୍ଡବି ଡିଭିଜନ-୩ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା । କାଲି ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ରେଡ ହୋଇଥିଲେ । ମିଳିତ ମାଲିକାନା ସାମ୍ନା ଆସିବାରୁ ଅଶୋକଙ୍କ ଘରେ ପହଁଚିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଦେଖି ଅଶୋକ ଘର ବାହାରୁ ତାଲା ମାରି ଭିତରେ ରହି ଯାଇଥିଲେ । ମୋବାଇଲ ସ୍ୱିଚ ଅଫ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା । ଆଉ ଯେତେବେଳେ ଭିଜିଲାନ୍ସ ଘର ସିଲ କରିବାକୁ ବାହାରିଲା ଅକଲ ଗୁଡୁମା । ଉପାୟ ନ ପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଯନ୍ତ୍ରୀ ଅଶୋକ ପଣ୍ଡା । ମାତ୍ର ଭିଜିଲାନ୍ସ ଡରରେ ଏକ ବ୍ୟାଗ ବାହାରକୁ ଫିଙ୍ଗି ଦେଇଥିଲେ । ଯାହା ଝରକାରେ ଲାଗି ରହିବାରୁ ତାହା ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା । ବ୍ୟାଗରୁ ୧ ଲକ୍ଷ ଟଙ୍କା , ସୁନା, ରୁପା , ଅରିଜନାଲ ଆରଓଆର, ଆଇଫୋନ ମିଳିଛି । ଆଜି ଭିଜିଲାନ୍ସ ଟିମ ପକ୍ଷରୁ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କର ଏକାଧିକ ସ୍ଥାନରେ ରେଡ ।
Views: 12