କଟକ : ଭିଜିଲାନ୍ସ ଜାଲରେ ସିଏଚଏସଇ ଅଧିକାରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ଚାଲିଛି ରେଡ । ଭୁବନେଶ୍ୱର , ଜଗତସିଂହପୁରର ୩ଟି ସ୍ଥାନରେ ଚାଲିଛି ଚଢାଉ । ସରକାରୀ କାର୍ଯ୍ୟାଳୟ, ନିଜସ୍ୱ ଘର ଏବଂ ପୈତୃକ ଘରେ ଚାଲିଛି ରେଡ । ରେଡରେ ୩ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ, ୫ ଜଣ ଏଏସଆଇ ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।
Views: 65











