ବରଗଡ : ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ୟ୍ୟରତ ଥିଲେ ସସ୍ମିତା ଓରାମ । ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ଗତ ଏକ ବର୍ଷ ହେବ ଚାକିରିରେ ଯୋଗଦାନ କରିଥିଲେ । ଦରମା ବାହାରେ ଅଧିକ ଅର୍ଥ ଉପାର୍ଜନର ଲୋଭ ଆଜି ସସ୍ମିତାଙ୍କୁ ମହଙ୍ଗା ପଡ଼ିଛି କ୍ଷ ମନରେଗା କାମ ପାଇଁ ହିତାଧିକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍।
Views: 36