ମୋହନା ; ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ । ଗଜପତି ଜ଼ିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଠାରେ ଏକ ଯାତ୍ରୀବାହି ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣା ରେ ବସ୍ ରେ ଥିବା ସମସ୍ତ ୩୦ ଯାତ୍ରୀ ସୁରକ୍ଷିତ ଅଛନ୍ତି । ପାରଳାଖେମୁଣ୍ଡିରୁ ମୋହନା ଅଭିମୁଖେ ଆସୁଥିବା ହନୁମାନ ନାମକ ଏକ ବସ୍ ଛେଳିଗଡ଼ ହାଟପଦା ଠାରେ ଏକ ଗାଈକୁ ରକ୍ଷା କରିବାକୁ ଯାଇ ରାସ୍ତା କଡ଼କୁ ଖସି ପଡିଥିଲା ।
Views: 51











