ନୂଆଦିଲ୍ଲୀ : ପହଲଗାମ ଆଟାକ ଘଟଣାରେ ଭାରତକୁ ରୁଷିଆର ସମର୍ଥନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ରାଷ୍ଟ୍ରପତି ପୁଟିନ । ପହଲଗାମ ଆତଙ୍କୀ ଆକ୍ରମଣକୁ ନିନ୍ଦା କଲେ । ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ଖୋଲା ସମର୍ଥନ । ପୁଟିନ ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଥିଲେ। ଏହା ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଥିଲେ ଯେ ଭାରତର ଜବାବୀ କାର୍ୟ୍ୟାନୁଷ୍ଠାନ ପାଇଁ ଅଧିକାର ରହିଛି, କିନ୍ତୁ ଏହା ଯେପରି ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର ରୂପ ନ ନିଏ ତାହା ପ୍ରତି ଉଭୟ ଦେଶ ଯତ୍ନବାନ ହେବା ଉଚିତ୍ ।
Views: 20