ନୂଆଦିଲ୍ଲୀ : ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ୍ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାଟିକାନ୍ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ରାଷ୍ଟ୍ରପତି ସେଣ୍ଟ ପିଟର୍ସ ବାସିଲିକାରେ ପୋପଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ସଂଖ୍ୟାଲଘୁ ମନ୍ତ୍ରୀ କିରେନ ରିଜିଜୁ, ରାଜ୍ୟମନ୍ତ୍ରୀ ଜର୍ଜ କୁରିଏନ ଏବଂ ଗୋଆ ବିଧାନସଭାର ଉପବାଚସ୍ପତି ଜୋଶୁଆ ଡି’ସୁଜା ମଧ୍ୟ ଅଛନ୍ତି । ପୋପ୍ ହୃଦଘାତରେ ପୀଡିତ ହୋଇ ୮୮ ବର୍ଷ ବୟସରେ ଏପ୍ରିଲ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କ ଶରୀରକୁ ସାଧାରଣ ଦର୍ଶନ ପାଇଁ ସେଣ୍ଟ ପିଟର ବାସିଲିକାରେ ରଖାଯାଇଛି । ଆଜି ଶେଷ ଦର୍ଶନର ଶେଷ ଦିନ । ଆଜି ସନ୍ଧ୍ୟାରେ ତାଙ୍କ କଫିନକୁ ବନ୍ଦ କରିଦିଆଯିବ । ପୋପଙ୍କ ଅନ୍ତିମ ସଂସ୍କାର ଏପ୍ରିଲ ୨୬ ତାରିଖରେ ଅର୍ଥାତ୍ ଆସନ୍ତାକାଲି ଅନୁଷ୍ଠିତ ହେବ ।
Views: 29