ଭୁବନେଶ୍ୱର : ଭାଙ୍ଗିଲା ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ । ବିଡିଏ ପକ୍ଷରୁ ଆଶ୍ରମ ଉପରେ୍ ଚାଲିଲା ବୁଲ ଡୋଜର । ନିର୍ଦ୍ଧାରିତ ସମୟ ୧୨ଟାରେ ଚାଲିଲା ବୁଲଡୋଜର । ସରକାରୀ ଜମିରେ ଥିବାରୁ ଚାଲିଛି ଉଚ୍ଛେଦ । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ କାମ ଶେଷ କରିବା ଚେଷ୍ଟା କରାଯିବ । ଯଦି କିଛି ବାକି ରୁହେ ତେବେ ଆସନ୍ତା କାଲି ଏହାକୁ ପୂରଣ କରାଯିବ। ଏହାପରେ ୧୦୪ ଡିସିମିଲ ଜମି ଉପରେ ପାଚେରୀ ନିର୍ମାଣ କରାଯାଇ ସରକାରୀ ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି କହିଛନ୍ତି ବିଡିଏ ଅଧିକାରୀ। ତେବେ ଆଶ୍ରମ ପରିସରରେ ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରତିକର ସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଆଶ୍ରମ ପରିସରରେ ବ୍ୟାପକ ପୁଲିସ ଛାଉଣୀ ହୋଇଛି।
Views: 31