ବାରଙ୍ଗ: ସମ୍ପର୍କରେ ଲାଗିଲା ରକ୍ତ ଛିଟା।ଭାଇ ସାଜିଲା ବଇରୀ । ଭାଇର ଗଳା କାଟିଦେଲା ଭାଇ। ବଡ଼ ବାପା ପୁଅ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହିରେ। କଟକ ଶିଖରପୁରର ସୋମବ୍ରତ ବେହେରା ବଡ଼ବାପା ପୁଅ ଭାଇ ସୂର୍ୟ୍ୟବ୍ରତ ବେହେରାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟ ମଦ୍ୟପାନ କରିଥିବାରୁ ଏଥିରେ ଉତକ୍ଷିପ୍ତ ହୋଇ ହଠାତ ସୂର୍ୟ୍ୟବ୍ରତ ଏକ ଧାରୁଆ ଅସ୍ତ୍ରରେ ସୋମବ୍ରତଙ୍କ ଗଳାକୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଆହତ ଯୁବକଙ୍କ ସାଙ୍ଗମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ପୋଲିସର ତଦନ୍ତ ଜାରି ରହିଛି ।
Views: 148











