ନୂଆଦିଲ୍ଲୀ : କନ୍ନୌଜରୁ ପୁଣି ନିର୍ବାଚନ ଲଢିବେ ଅଖିଳେଶ ଯାଦବ । ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଗୁରୁବାର ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ପୂର୍ବରୁ ଏହି ଆସନ ପାଇଁ ଏସପି ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରିଥିଲା । ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ, ଏହି ଆସନରୁ ଶେଷରେ ପ୍ରାର୍ଥୀ ହେଇଛନ୍ତି ନିଜେ ଖୋଦ୍ ଅଖିଳେଶ ଯାଦବ ।
Views: 71











