June 24, 2024 6:44 pm

The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି, ନିର୍ବାଚନୀ ହିଂସା ନେଇ ଆକ୍ସନମୋଡରେ ଜିଲ୍ଲା ପ୍ରଶାସନ

Facebook
Twitter
LinkedIn

ଚାନ୍ଦବାଲି : ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି । ନିର୍ବାଚନୀ ହିଂସା ନେଇ ଆକ୍ସନମୋଡରେ ଜିଲ୍ଲା ପ୍ରଶାସନ । ଗତକାଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଭିଳାଷଙ୍କ ସହ ଅନ୍ୟ ୨୦ଜଣଙ୍କୁ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କରଞ୍ଜମାଳ ପଂଚାୟତର ଖପୁରିଆ ଛକ ନିକଟରେ ଏମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ୪ଜଣଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପଂହଚି ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ସେପଟେ ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି ହୋଇଛି ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ADVERTISEMENT
ଗିରଫର ଘଣ୍ଟାଏ ପରେ ଟ୍ରମ୍ପଙ୍କୁ ମିଳିଲା ଜାମିନ୍

ହସ ମନି ମାମଲାରେ ଟ୍ରମ୍ପ ହେଲେ ଦୋଷୀ ସାବ୍ୟସ୍ତ , ହୋଇପାରେ ୪ ବର୍ଷ ଜେଲ

ୱାଶିଂଟନ: ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...

Login