ମାଲକାନଗିରି : ବୋଲେରୋ ଭିତରୁ ୪୩୭ଟି କଇଁଛ ଉଦ୍ଧାର । ବେଆଇନ ଚାଲାଣ ବେଳେ ମୋଟୁରେ ମାଡି ବସିଲା ବନ ବିଭାଗ । ଆନ୍ଧ୍ରରୁ ମାଲକାନଗିରି ଚାଲାଣ କରାଯାଉଥିଲା । ଗୋଟିଏ ବୋଲେରୋ ଗାଡି ଜବତ ହୋଇଥିବା ବେଳେ ଦୁଇ ବେପାରୀ ଫେରାର ହୋଇଯାଇଛନ୍ତି । ଏମ୍. ଭି-୭୯ ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁ ମୋଟୁ ସେକ୍ସନର ଫରେଷ୍ଟର ମୁରୁଳି ଅନୁଗୁଳିଆଙ୍କ ସହ ବନବିଭାଗର କର୍ମଚାରୀ ମାନେ ମୋଟୁ ଚେକ ପଏଣ୍ଟଠାରେ ପଇଁତରା ମାରିଥିଲେ । ଭୋର ସମୟରେ ମୋଟୁ ଚେକପଏଣ୍ଟରେ ଏକ ବୋଲାରେୋ ଯୋଗେ କଇଁଛ ଆନ୍ଧ୍ରରୁ ଓଡିଶାକୁ ଚୋରାଚାଲାଣ ହେଉଥିବା ବେଳେ ଜବତ କରିଛନ୍ତି ।
Views: 33