The Ultimate Managed Hosting Platform
ADVERTISEMENT

ବେଙ୍ଗାଲୁର ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣା ; ଆରସିବି ମାର୍କେଟିଂ ହେଡ ଗିରଫ

Facebook
Twitter
LinkedIn

ବେଙ୍ଗାଲୁର : ବେଙ୍ଗାଲୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣା । ଆରସିବି ମାର୍କେଟିଂ ହେଡ ନିଖିଲ ସୋସଲେ ଗିରଫ । ଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁର ପୋଲିସ । ମୁମ୍ବାଇ ପଳାିବାକୁ ଉଦ୍ୟମ କରୁଥିବା ବେଳେ ଗିରଫ । ଅନ୍ୟ ୩ ଜଣଙ୍କୁ ମଧ୍ୟ ଅଟକ ରଖି ପୋଲିସର ପଚରାଉଚରା । ଜୁନ୍ ୪ ତାରିଖରେ ବେଙ୍ଗାଲୁରୁରେ ଆରସିବିର ବିଜୟ ପରେଡ୍ ପୂର୍ବରୁ ହୋଇଥିବା ଦଳାଚକଟା ମାମଲାରେ ପୋଲିସର ପ୍ରଥମ ଗିରଫଦାରୀ । ତିନି ଜଣଙ୍କୁ ହେପାଜତକୁ ନେଇ ପୋଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରିଥିଲା । ଏହା ପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ନିଖିଲ ସୋସଲେ ମୁମ୍ବାଇ ପଳାଇବାକୁ ଚେଷ୍ଟା କରୁଥିଲେ । ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଧରି ପକାଇଥିଲା । ଦଳଚକଟା ଘଟଣାରେ ବେଙ୍ଗାଲୁରୁ ପୋଲିସ କମିଶନରଙ୍କ ସହ କେତେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ନୂଆ ପୋଲିସ କମିଶନର ହୋଇଛନ୍ତି ସୀମନ୍ତ କୁମାର ସିଂ । ଅତିରିକ୍ତ ପୋଲିସ କମିଶନର, କ୍ରିକେଟ ଷ୍ଟାଡିୟମ ଇନଚାର୍ଜ, ଏସିପି, ସେଣ୍ଟ୍ରାଲ ଡିସିପି, ଷ୍ଟେସନ୍ ହାଉସ ଅଫିସର, ପୋଲିସ ହାଉସ ମାଷ୍ଟର ଓ କୁବନ ପାର୍କ ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login