ବେଙ୍ଗାଲୁର : ବେଙ୍ଗାଲୁର ଦଳାଚକଟା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏ ନେଇ ମୁହଁ ଖୋଲିଛନ୍ତି ଆରସିବି ଷ୍ଟାର ବିରାଟ କୋହଲି । ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଇନଷ୍ଟାଗ୍ରାମରେ ଲେଖି ଦୁଃଖ ପ୍ରକାଶ କରିଛନ୍ତି କୋହଲି । ଘଟଣାକୁ ନେଇ ବିରାଟ କହିଛନ୍ତି- ମୁଁ ଶବ୍ଦହୀନ, ମୁଁ ମର୍ମାହତ… ବେଙ୍ଗାଲୁରୁ ଦଳାଚକଟା ଘଟଣା ନେଇ ଆରସିବି ତରଫରୁ କରାଯାଇଥିବା ଏକ ପୋଷ୍ଟରେ କୋହଲି କମେଣ୍ଟ ଦେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ଘଟଣାକୁ ନେଇ କାନ୍ଦିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର । ଦଳାଟକଟା ପରେ ପ୍ରଥମ ପ୍ରତିକ୍ରିୟା ଦେଇ ଶିବକୁମାର କାନ୍ଦିଥିବା ବେଳେ ସେ କହିଛନ୍ତି ମୋ ଆଖି ଆଗରେ ମୁଁ ୧୦ଟି ମୃତଦେହ ଦେଖିଛି । ୧୫ ବର୍ଷ ବୟସ ଭିତରେ ପିଲାଙ୍କର ଏଭଳି ମୃତ୍ୟୁକୁ କେହି ପରିବାର ସହ୍ୟ କରିପାରିବେନାହିଁ ।
Views: 31