The Ultimate Managed Hosting Platform
ADVERTISEMENT

ଗରମ ପାଣି ଫିଙ୍ଗି କଲବଲ କରି ଜୀବନ ନେଇଗଲେ !

Facebook
Twitter
LinkedIn

ଭଦ୍ରକ : ବ୍ୟକ୍ତିଙ୍କୁ ଗରମ ପାଣି ଫିଙ୍ଗି କଲବଲ କରି ମାରିଲେ । ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ କଲବଲ କରି ମାରିବା ଅଭିଯୋଗ । ଘର କାମ ପାଇଁ ଜଣା ମୁଲିଆକୁ ଡାକି ଜୀବନ ନେଇଥିବା ଅଭିଯୋଗ । ବନ୍ଧଗାଁର ଗଗନ ମଲ୍ଲିକ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ। ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଘରକୁ ଡାକି ଦେଶୀ ମଦ ପିଇବା ପାଇଁ ଦେଇଥିଲେ। ପରେ କୌଣସି କଥାକଟାକଟିକୁ ନେଇ ଗଗନକୁ ନିସ୍ତୁକ ମାଡ ମାରିବା ସହିତ ନିକଟରେ ଥିବା ଏକ ଚିକେନ ସେଣ୍ଟରରେ ଥିବା ଗରମ ପାଣି ଫିଙ୍ଗିଥିଲେ। ପରେ ରାସ୍ତା କଡ଼ରେ ନେଇ ଫିଙ୍ଗିଦେଲେ। ଏହାପରେ ଗଗନଙ୍କ ସମ୍ପର୍କୀୟମାନେ ଖବର ପାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଗଗନକୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହତ୍ୟା ଅଭିଯୋଗ କରାଯିବା ପରେ କରାଯାଇଥିବ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login