ଅନୁଗୁଳ : ବଗିଚାରେ ବୃଦ୍ଧଙ୍କୁ ଦଳିଦେଲା ହାତୀ । ବନ୍ତଳା ଥାନା କଞ୍ଜା ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ । ସୂଚନା ମୁତାବକ, ବନ୍ତଳା ବନାଞ୍ଚଳ କଞ୍ଜା ଗାଁର ସୋମନାଥ ବେହେରା (୬୦) ଗୁରୁବାର ସକାଳୁ ଗାଁ ପାଖ ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଥିବା ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା।ହାତୀ ଆକ୍ରମଣରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ତେବେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ବନ୍ତଳା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି।
Views: 10