ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ୟ୍ୟ । ରବିବାର ୬୮ ଜଣ ନିର୍ମାଣକାରୀ ରଥ ତିଆରିରେ ଯୋଗ ଦେଇଛନ୍ତି । ଶ୍ରୀନହର ସମ୍ମୁଖ ରଥଖଳାରେ ତୁମ୍ବ ତିଆର ଚାଲିଛି । କରତି ସେବକମାନେ ମୋଟ ୪୨ ତୁମ୍ବ ମଧ୍ୟରୁ ମାପ ଅନୁସାରେ ୪୧ଟି ତୁମ୍ବ କାଟି ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି । ବିଶ୍ୱକର୍ମାଙ୍କ ଦ୍ୱାରା ୨୮ଟି ତୁମ୍ବ ଗୋଲେଇ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ତାଳଧ୍ଵଜ ରଥ ଏବଂ ନନ୍ଦିଘଷା ରଥର ମହାରଣା ମାନେ ୧୦ଟି ଲେଖାଏଁ ତୁମ୍ବର ଗୋଲେଇ କାର୍ୟ୍ୟ ଶେଷ କରିଥିବାବେଳେ ଦେବୀ ରଥର ମହାରଣା ସେବକ ମାନେ ୮ ଗୋଟି ତୁମ୍ବର ଗୋଲେଇ କାର୍ୟ୍ୟ ଶେଷ କରିଛନ୍ତି ।
Views: 129











