ନୂଆଦିଲ୍ଲୀ : ଆଜିଠୁ ସଂସଦରେ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଏହାପୂର୍ବରୁ ଦେଶବାସୀଙ୍କ ସ୍ୱାର୍ଥରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୋଦୀ ସରକାରଙ୍କ ସଫଳତାକୁ ଗଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଯେ, ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି । କେନ୍ଦ୍ର ସରକାର ଆରମ୍ଭ କରିଥିବା ଯୋଜନା ଏବଂ ଏଥିପାଇଁ ଦେଶବାସୀ ଜୀବନରେ ପଡ଼ୁଥିବା ସକରାତ୍ମକ ପ୍ରଭାବ ବିଷୟରେ ସେ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ଆମ ସରକାର କ୍ରମାଗତ ଭାବରେ ମିଶନ ମୋଡରେ କାର୍ୟ୍ୟ କରୁଛନ୍ତି, ଯାହାର ଫାଇଦା ମଧ୍ୟ ଦେଖାଯାଉଛି । ବିଦେଶରୁ ବହୁ ପୁଞ୍ଜି ବିନିଯୋଗ ଆସୁଛି ଏବଂ ଏହି କାରଣରୁ ଦେଶର ଯୁବକମାନେ ନିଯୁକ୍ତି ସୁଯୋଗ ପାଇଛନ୍ତି । ନିଜ ସମ୍ବୋଧନରେ ସେ ସମ୍ବିଧାନର ୭୫ ବର୍ଷ ପୂରଣ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ସେ ଜମ୍ମୁ କାଶ୍ମୀରରେ ରେଳ ପ୍ରକଳ୍ପର ସମାପ୍ତିକୁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି । ଏହା ସହିତ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏକ ବଡ଼ ଧରଣର ଅଗ୍ରଗତି ଘଟିଥିବା କଥା କହିଛନ୍ତି ।
ବିଶ୍ୱର ତୃତୀୟ ଅର୍ଥନୀତି ହେବ ଭାରତ, ବଜେଟ ପୂର୍ବରୁ ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











