ମୋହନା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଚାଲିଗଲା ଜୀବନ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ । ଗଜପତି ଜିଲ୍ଲା ମୋହନା ଥାନା ଯୋଡ଼ିପଥର ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କୃଷ୍ଣଚନ୍ଦ୍ର ଦଳବେହେରାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ବିଦ୍ୟୁତ ବିଭାଗ ପକ୍ଷରୁ ନୂଆ କରି ଖୁଣ୍ଟ ପୋତାଯିବା ସହ ବିଦ୍ୟୁତ ସଂଯୋଗ କରାଯାଇଥିଲା । ତେବେ ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ଜମିରେ ପଡିଥିଲା । ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଦଳବେହେରା ସାଇକେଲରେ ସେହି ରାସ୍ତା ଦେଇ ଯାଉଥିଲେ । ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ କୃଷ୍ଣଙ୍କ ମୃତ୍ୟୁ ଘଟିଛି । ମୋହନା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 64











