The Ultimate Managed Hosting Platform
ADVERTISEMENT

ବିଶ୍ୱର ତୃତୀୟ ଅର୍ଥନୀତି ହେବ ଭାରତ, ବଜେଟ ପୂର୍ବରୁ ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜିଠୁ ସଂସଦରେ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଏହାପୂର୍ବରୁ ଦେଶବାସୀଙ୍କ ସ୍ୱାର୍ଥରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୋଦୀ ସରକାରଙ୍କ ସଫଳତାକୁ ଗଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଯେ, ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି । କେନ୍ଦ୍ର ସରକାର ଆରମ୍ଭ କରିଥିବା ଯୋଜନା ଏବଂ ଏଥିପାଇଁ ଦେଶବାସୀ ଜୀବନରେ ପଡ଼ୁଥିବା ସକରାତ୍ମକ ପ୍ରଭାବ ବିଷୟରେ ସେ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ଆମ ସରକାର କ୍ରମାଗତ ଭାବରେ ମିଶନ ମୋଡରେ କାର୍ୟ୍ୟ କରୁଛନ୍ତି, ଯାହାର ଫାଇଦା ମଧ୍ୟ ଦେଖାଯାଉଛି । ବିଦେଶରୁ ବହୁ ପୁଞ୍ଜି ବିନିଯୋଗ ଆସୁଛି ଏବଂ ଏହି କାରଣରୁ ଦେଶର ଯୁବକମାନେ ନିଯୁକ୍ତି ସୁଯୋଗ ପାଇଛନ୍ତି । ନିଜ ସମ୍ବୋଧନରେ ସେ ସମ୍ବିଧାନର ୭୫ ବର୍ଷ ପୂରଣ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ସେ ଜମ୍ମୁ କାଶ୍ମୀରରେ ରେଳ ପ୍ରକଳ୍ପର ସମାପ୍ତିକୁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି । ଏହା ସହିତ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏକ ବଡ଼ ଧରଣର ଅଗ୍ରଗତି ଘଟିଥିବା କଥା କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login