The Ultimate Managed Hosting Platform
ADVERTISEMENT

ବିଜେଡି ବିଶ୍ୱାସଘାତକତା କଲା, ଏମିତି କହିଲେ କୁଲେସିକା

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ଉପରେ ବର୍ଷିଲେ ପୂର୍ବତନ ବିଧାୟକ କୈଲାସ କୁଲେସିକା । ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ ଘୋଷାକୁ ନେଇ ନିରାଶ କହିଲେ । ପ୍ରତିଶ୍ରୁତି ଦେଇ ବିଜେଡି ବିଶ୍ୱାସଘାତକତା କରିଛି କହିଲେ କୁଲେସିକା । ଲକ୍ଷ୍ମୀପୁରରୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇ ଦଳରେ ମିଶାଇ ଥିଲେ । ଟିକେଟ ନ ଦେଇ ସରକାର ଗଠନ ପରେ ଏସଡିସି ଦେବେ କହୁଛନ୍ତି । ପୁଣି ମୋତେ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି କହିଲେ କୁଲେସିକା । ଗତକାଲି ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରଭୁ ଜାନୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳରୁ ଇସ୍ତଫା ଦେଇଥିଲେ କୈଳାଶ କୁଲେସିକା । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଦଳ ତାଙ୍କ କଠିନ ପରିଶ୍ରମର ମୂଲ୍ୟ ବୁଝି ପାରିଲା ନାହିଁ । ଏହାକୁ ନେଇ ସେ ଦଳ ଛାଡିଥିବା କହିଛନ୍ତି କୁଲେସିକା । କେବଳ ସେତିକି ନୁହେଁ ରାତାରାତି ବିଜେପିରେ ମଧ୍ୟ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପି ନେତା ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଆଜି ନିଜ ସମର୍ଥକଙ୍କୁ ନେଇ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ଯୋଗ ଦେବେ ବୋଲି କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login