ମୁମ୍ବାଇ: ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନରେ ଦୁଇ ଜଣ ଯାତ୍ରୀ ମଦ ପିଇ ପାଇଲଟଙ୍କ ସମେତ ଅନ୍ୟ ଯାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ ଯାତ୍ରୀଙ୍କୁ ମୁମ୍ବାଇରେ ଗିରଫ କରାଯାଇଛି। ପୋଲିସ କହିଛି ଯେ, ଏହି ପ୍ରସଙ୍ଗରେ ଏୟାର ଇଣ୍ଡିଗୋ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା। ଉଭୟ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଉଭୟ କୋର୍ଟରୁ ଜାମିନ ପାଇଥିଲେ। ପୋଲିସର ସୂଚନାନୁସାରେ, ଉଭୟ ଅଭିଯୁକ୍ତ କୋଲହାପୁର ଏବଂ ପାଲଘରର ନାଲାସୋପାରା ବାସିନ୍ଦା। ସେମାନେ ଦୁବାଇରୁ ଫେରୁଥିଲେ।
ଦେଶକୁ ଫେରିବା ଖୁସିରେ ଉଭୟ ଅଭିଯୁକ୍ତ ମଦ୍ୟପାନ କରୁଥିଲେ। ସେମାନଙ୍କର ନାମ ହେଉଛି ଦତ୍ତାତ୍ରେୟ ବାପାର୍ଡେକର ଏବଂ ଜନ ଜର୍ଜ ଡି’ସୁଜା। ଉଭୟ ନିଶାରେ ବିମାନରେ ହଙ୍ଗାମା କରିଥିଲେ। ଅନ୍ୟ ଯାତ୍ରୀମାନେ ଆପତ୍ତି କରିବା ସହ ଏନେଇ ଅଭିଯୋଗ କରିଥିଲେ। ବିମାନର କ୍ରୁ ମେମ୍ବରମାନେ ମଧ୍ୟ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରିବାକୁ ସେମାନଙ୍କୁ ଗାଳି ଦେଇଥିଲେ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୩୫ (ଅନ୍ୟମାନଙ୍କ ଜୀବନ କିମ୍ବା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା) ଏବଂ ବିମାନ ଚଳାଚଳ ନିୟମର ସମ୍ପୃକ୍ତ ବିଭାଗ ଅନୁଯାୟୀ, ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ବୋଲି ସାହାର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି।
ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...
ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...
ତଡିପାର ହେଲେଣି ୪୯ ବାଂଲାଦେଶୀ
ଭୁବନେଶ୍ୱର : ରାଜ୍ୟରୁ ତଡିପାର ହେଲେଣି ୪୯ ବାଂଲାଦେଶୀ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ସରକାର ଆସିବା ପରେ...
କିଟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର : ପୁଣି କିଟ ବଦନାମ । କିଟ ବିଶ୍ୱ ବିଦ୍ୟାଳୟରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହଷ୍ଟେଲ ଝୁଲନ୍ତା ଅବସ୍ଥାରେ ମୃତଦେହ...











