The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ବିବାହ ବନ୍ଧନରେ ବାନ୍ଧି ହେଲେ ଚୁଲ୍‌ବୁଲି ରାଗିଣୀ ଓ ବିକ୍ରମ

Facebook
Twitter
LinkedIn

ଭୁବନେଶ୍ୱର : ହାତରୁ ଦି’ ହାତ ହେଲେ ଓଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର । ରାଗିଣୀ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ ଶିବଶଙ୍କର ସିଂ ଓ ଜଳେଶ୍ୱରୀ ଦେବୀଙ୍କ ସୁପୁତ୍ର ବିକ୍ରମଙ୍କୁ ବିଧି ଅନୁଯାୟୀ ଗୋଆରେ ବିବାହ କରିଛନ୍ତି । ଉଭୟ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଗୋଆ ମେଫେୟାର ହାଇଡ୍‌ୱେ ସ୍ପା ରିସୋର୍ଟରେ ଏହ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।ଗତକାଲି ସନ୍ଧ୍ୟାରେ ଗୋଆରେ ବିବାହ ପୂର୍ବରୁ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ସଙ୍ଗୀତ, କକ୍‌ଟେଲ୍ ଏବଂ ପ୍ରିୱେଡିଂ ସେଲିବ୍ରେସନ୍ ହୋଇଥିଲା । ଏଥିରେ ବହୁ ଅଭିନେତା ଓ ଅଭିନେତ୍ରୀ ଯୋଗଦେଇ ଧୂମ୍ ମଚାଇଥିଲେ । ରାଗିଣୀ ଧଳା ରଙ୍ଗର ଲେହେଙ୍ଗାରେ ଗର୍ଜିୟସ୍ ଲାଗୁଥିଲେ । ଆଉ ବିକ୍ରମ ନୀଳ ରଙ୍ଗର ସେରୱାନୀ ପରିଧାନ କରି ହ୍ୟାଣ୍ଡସମ୍ ଲାଗୁଥିଲେ । ଏହି ମୁହୂର୍ତ୍ତର ଦୁଇଟି ଫଟୋକୁ ରାଗିଣୀ ନିଜ ଇନ୍‌ଷ୍ଟାରେ ଶେୟାର କରିଥିଲେ । ଆଉ ସେହି ଫଟୋରେ ଲେଖିଥିଲେ, ‘ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ ସମସ୍ତଙ୍କ ସ୍ନେହ ଓ ଆଶୀର୍ବାଦ ଲୋଡ଼ୁଛି’ ।

କୋଲାକାତାର ପାଣି ପବନରେ ବଢ଼ି ମୁମ୍ବାଇରେ ରହୁଥିବା ଏହି ବଙ୍ଗୀୟ ନାୟିକା ସିନେମା ‘ଗଡ଼ବଡ଼’ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ । ପରେ ‘ମୁଁ ଏକା ତୁମର’, ‘ତମେ ଥିଲେ ସାଥୀରେ’, ‘ହରି ଓମ୍ ହରି’, ‘ପ୍ରେମୀ’, ‘ଦେଖା ହେଲା ପ୍ରେମ ହେଲା’ ଓ ‘ଲାଗେ ପ୍ରେମ ନଜର’ରେ ଅଭିନୟ କରିଛନ୍ତି । ଏଥିସହିତ ବଙ୍ଗଳାରେ ‘ମିତାଲି ଗେଷ୍ଟ ହାଉସ୍‌’, ‘ଏକ ଟୁକୁ ଚୋୟା ଲଗେ’, ‘ସ୍ୱର୍ଣ୍ଣ ମୁଦ୍ରା’, ତେଲୁଗୁରେ ‘କ୍ୟୁମ୍ ଭାଇ’, ‘୧୦୦ ରୂପେୟା ନୋଟ୍‌’ରେ ଅଭିନୟ କରିଛନ୍ତି । ସେଠ୍ ଆନନ୍ଦମ ଜୟପୁରିଆ କଲେଜ, କୋଲକାତାରେ ଗଣଯୋଗାଯୋଗରେ ସ୍ନାତକ ପାସ୍ କରିବା ପରେ ମଡେଲିଂରେ ପାଦ ରଖିଥିଲେ । ସେଥିରେ ସଫଳତା ହାସଲ ମଧ୍ୟ କରିଥିଲେ । ଟି-୨ ଟେଲିଗ୍ରାଫ୍ ବିୟୁଟି ପାଜେଣ୍ଟ-୨୦୧୧ରେ ଇଷ୍ଟର୍ଣ୍ଣ ଇଣ୍ଡିଆରେ ପ୍ରଥମ ରନର୍ସଅପ୍ ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...

ADVERTISEMENT
ବେଙ୍ଗାଲୁର ଦଳାଚକଟା ଘଟଣାରେ ବିସିସିଆଇ ଏବଂ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁର ଦଳାଚକଟା ଘଟଣାରେ ବିସିସିଆଇ ଏବଂ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁର : ବେଙ୍ଗାଲୁର ଦଳାଚକଟା ଘଟଣାରେ କର୍ଣ୍ଣାଟକ ସରକାରଙ୍କ ବଡ ବୟାନ । ଆଜି ଶୁଣାଣିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡକୁ...

Login