The Ultimate Managed Hosting Platform
ADVERTISEMENT

ବିବାହ କରିବେ କାର୍ତ୍ତିକ ଆରୟନ୍ !

Facebook
Twitter
LinkedIn

ମୁମ୍ବାଇ : ବିବାହ କରିବାକୁ ଯାନ୍ନ୍ି ବଲିଉଡର ଆଉ ଜଣେ ଅଭିନେତା । ହଁ ଆଜ୍ଞା କାର୍ତ୍ତିକ ଆରୟନ ହାତରୁ ଦି ହାତ ହେବାକୁ ଯାଉଛନ୍ତି । ଯାହା ଏବେ ଏବେ ଖୁବ ଚର୍ଚ୍ଚା ହେଉଛି । କାର୍ତ୍ତିକ ଆରୟନ୍ କହିଛନ୍ତି କି ସେ ଏବେ ଆଉ ଅବିବାହିତ ରହିବାକୁ ଚାହୁଁ ନାହାନ୍ତି । ସେଥି ପାଇଁ ସେ ଖୁବ ଶୀଘ୍ର ବିବାହ କରିବେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ କାର୍ତ୍ତିକ ଆରୟନ୍ ଏକ ଭିଡିଓ ସେୟାର କରି କହିଛନ୍ତି କି ସେ ସିଙ୍ଗର ରହି ବିରକ୍ତ ହୋଇ ଯାଇଛନ୍ତି , ତେଣୁ ସେ ବିବାହ କରିବାକୁ ଚାହୁଁଛନ୍ତି । ଜି ସିନେ ଆବ୍ୱାର୍ଡ ଶୋର ପ୍ରମୋ ରେ କାର୍ତ୍ତିକ ଷ୍ଟେଜକୁ ଆସିବା ପରେ ବିବାହ କଥା କହିଥିଲେ ।
ତେବେ ପ୍ୟାର କା ପଂଚାନାମା , ସୋନୁ କେ ଟିଟୁ କି ସ୍ୱିଟି , ଭୁଲ ଭୁଲୈୟା ୨ ପରି ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି କାର୍ତ୍ତିକ । ତାଙ୍କର ଫ୍ୟାନ୍ସ ମାନେ ତାଙ୍କ ଅଭିନୟକୁ ବେଶ ପ୍ରଶଂସା କରିଥାନ୍ତି । ରିଲ ପରି ରିୟଲ ଲାଇଫ ରେ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି କାର୍ତ୍ତିକ । ନିଜ ଗାର୍ଲ ଫ୍ରେଣ୍ଡକୁ ନେଇ ଅନେକ କଥା ଶୁଣା ପଡୁଥିଲା ।
ତେବେ ୨୦୨୩ର ଆରମ୍ଭରେ ବଲିଉଡରେ ଦୁଇଟି ବଡ ବିବାହ ଦେଖିବାକୁ ମିଳିଛି । ପ୍ରଥମ କ୍ରିକେଟର କେ ଏଲ ରାହୁଲ ଏବଂ ଆଥିଆ ଶେଟ୍ଟୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କିଆରା ଆଡଭାନୀ ସାତ ଫେରା ନେଇଥିଲେ । ଏହା ପରେ କାର୍ତ୍ତିକ ଆରୟନ୍ ଙ୍କ ବିବାହକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ନେଇ ଫ୍ୟାନ୍ସ ମାନେ ବେଶ ଉତ୍ସାହିତ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login