ମୁମ୍ବାଇ : ବିବାହ କରିବାକୁ ଯାନ୍ନ୍ି ବଲିଉଡର ଆଉ ଜଣେ ଅଭିନେତା । ହଁ ଆଜ୍ଞା କାର୍ତ୍ତିକ ଆରୟନ ହାତରୁ ଦି ହାତ ହେବାକୁ ଯାଉଛନ୍ତି । ଯାହା ଏବେ ଏବେ ଖୁବ ଚର୍ଚ୍ଚା ହେଉଛି । କାର୍ତ୍ତିକ ଆରୟନ୍ କହିଛନ୍ତି କି ସେ ଏବେ ଆଉ ଅବିବାହିତ ରହିବାକୁ ଚାହୁଁ ନାହାନ୍ତି । ସେଥି ପାଇଁ ସେ ଖୁବ ଶୀଘ୍ର ବିବାହ କରିବେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ କାର୍ତ୍ତିକ ଆରୟନ୍ ଏକ ଭିଡିଓ ସେୟାର କରି କହିଛନ୍ତି କି ସେ ସିଙ୍ଗର ରହି ବିରକ୍ତ ହୋଇ ଯାଇଛନ୍ତି , ତେଣୁ ସେ ବିବାହ କରିବାକୁ ଚାହୁଁଛନ୍ତି । ଜି ସିନେ ଆବ୍ୱାର୍ଡ ଶୋର ପ୍ରମୋ ରେ କାର୍ତ୍ତିକ ଷ୍ଟେଜକୁ ଆସିବା ପରେ ବିବାହ କଥା କହିଥିଲେ ।
ତେବେ ପ୍ୟାର କା ପଂଚାନାମା , ସୋନୁ କେ ଟିଟୁ କି ସ୍ୱିଟି , ଭୁଲ ଭୁଲୈୟା ୨ ପରି ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି କାର୍ତ୍ତିକ । ତାଙ୍କର ଫ୍ୟାନ୍ସ ମାନେ ତାଙ୍କ ଅଭିନୟକୁ ବେଶ ପ୍ରଶଂସା କରିଥାନ୍ତି । ରିଲ ପରି ରିୟଲ ଲାଇଫ ରେ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି କାର୍ତ୍ତିକ । ନିଜ ଗାର୍ଲ ଫ୍ରେଣ୍ଡକୁ ନେଇ ଅନେକ କଥା ଶୁଣା ପଡୁଥିଲା ।
ତେବେ ୨୦୨୩ର ଆରମ୍ଭରେ ବଲିଉଡରେ ଦୁଇଟି ବଡ ବିବାହ ଦେଖିବାକୁ ମିଳିଛି । ପ୍ରଥମ କ୍ରିକେଟର କେ ଏଲ ରାହୁଲ ଏବଂ ଆଥିଆ ଶେଟ୍ଟୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କିଆରା ଆଡଭାନୀ ସାତ ଫେରା ନେଇଥିଲେ । ଏହା ପରେ କାର୍ତ୍ତିକ ଆରୟନ୍ ଙ୍କ ବିବାହକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ନେଇ ଫ୍ୟାନ୍ସ ମାନେ ବେଶ ଉତ୍ସାହିତ ଅଛନ୍ତି ।
ବିବାହ କରିବେ କାର୍ତ୍ତିକ ଆରୟନ୍ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











