ବିବାହର ଦୀର୍ଘ ୨୦ ବର୍ଷ ପରେ ଅଲଗା ହେଲେ ସାଉଥ୍ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ୟ୍ୟା ରଜନୀକାନ୍ତ । ପ୍ରାୟ ୨ ବର୍ଷ ଅଲଗା ରହିବା ପରେ ଚେନ୍ନାଇ ପରିବାର କଲ୍ୟାଣ କୋର୍ଟ ଉଭୟଙ୍କୁ ଛାଡପତ୍ର ଦେଇଛନ୍ତି । ଏହାପୂର୍ବରୁ ଏହି ଛାଡପତ୍ର ମାମଲାର ତିନିଥର ଶୁଣାଣି ହୋଇଛି । ତେବେ ଉଭୟ ଧନୁଷ ଏବଂ ଐଶ୍ୱର୍ୟ୍ୟା ରଜନୀକାନ୍ତ ଏହି ଶୁଣାଣି ଅଧିବେଶନରେ ଯୋଗ ଦେଇନଥିଲେ । ଏବେ ଦୁହେଁ ଶେଷରେ ଛାଡପତ୍ର ପାଇଛନ୍ତି । ପ୍ରାୟ ୨ ବର୍ଷ ପୂର୍ବେ ଧନୁଷ ତାଙ୍କ ପତ୍ନୀ ଐଶ୍ୱର୍ୟ୍ୟାଙ୍କଠାରୁ ଅଲଗା ହେବାର ଖବର ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ସେୟାର କରିଥିଲେ । ଧନୁଷ ଏକ୍ସ ପୋଷ୍ଟରେ ଲେଖିଥିଲେ, ୧୮ ବର୍ଷର ପ୍ରେମୀ, ବନ୍ଧୁ ଏବଂ ଅଭିଭାବକ ଭାବେ ଏହା ଏକ ଚମତ୍କାର ଯାତ୍ରା ଥିଲା । କିନ୍ତୁ ଆଜି ସମୟ ଆସିଛି ଆମ ଅଲଗା ହେବାର । ଐଶ୍ୱର୍ୟ୍ୟା ମଧ୍ୟ ଧନୁଷଙ୍କ ସହ ସମାନ ପୋଷ୍ଟ ସେୟାର କରିଥିଲେ । ସୂଚନାଯୋଗ୍ୟ ଯେ ଐଶ୍ୱର୍ୟ୍ୟା ହେଉଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ । ସେହିପରି ଧନୁଷ ଜଣାଶୁଣା ପ୍ରଯୋଜକ କସ୍ତୁରୀ ରାଜାଙ୍କ ପୁଅ । ଐଶ୍ୱର୍ୟ୍ୟା ଓ ଧନୁଷ ୨୦୦୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ବିବାହର ୨୦ ବର୍ଷ ପରେ ଅଲଗା ହେଲେ ସାଉଥ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











