ଯାଜପୁର : ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ଜଳସ୍ତର । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀଙ୍କ ସୂଚନା । ଭଦ୍ରକର ଧାମନଗର, ବାଲେଶ୍ୱରର ଚାନ୍ଦବାଲି ଅଞ୍ଚଳ ପ୍ରଭାବିତ । ଯାଜପୁର ଜିଲ୍ଲାର ଦଶରଥ ପୁର ଅଞ୍ଚଳ ପ୍ରଭାବିତ । ଏ ନେଇ କ୍ଷେତ୍ର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ରହିଛି । ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬୦ ଥିବାବେଳେ ଏବେ ୩୮.୫୨୦ ରହିଛି। ସେପଟେ ଚମ୍ପୁଆରେ ୯୭.୨୦ ମିଲିମିଟର ବର୍ଷା ହୋଇଛି । ପ୍ରଭାବରେ ବୈତରଣୀ ନଦୀର ଜଳସ୍ତର ବଢୁଛି ।
ସେହିପରି ଇବ ନଦୀରେ ପ୍ରଥମ ବନ୍ୟା ଦେଖା ଦେଇଛି । ଲଗାଣ ବର୍ଷାରେ ବଢୁଛି ନଦୀର ଜଳସ୍ତର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ସହରର ରାଣୀ ବଗିଚା,ଗୁଆଲାପଡ଼ା ସମେତ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ପିଏଚଡି ପମ୍ପ ହାଉସରେ ପାଣି ଭର୍ତ୍ତି ହେବାରୁ ଜଳ ଯୋଗାଣ ବନ୍ଦ ହୋଇଛି । ଛତିଶଗଡ ସମଡମା ଗେଟ ଖୋଲି ଦେବାରୁ ଏପରି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।
Views: 71