The Ultimate Managed Hosting Platform
ADVERTISEMENT

ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ

Facebook
Twitter
LinkedIn

ବଡମ୍ବା: ବଡମ୍ବା ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ୩ ଜଣ ଆହତଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ବଡମ୍ବା ଟାଉନ ନିକଟରେ ଦେବୀ ମିଶ୍ରଙ୍କ ରାଲି ବେଳେ ଅଘଟଣ । ୩ ଜଣଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା ।
ଅନ୍ୟପଟେ ସୁନ୍ଦରଗଡ଼ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ଧକ୍କାରେ ଯୁବକ ଆହତ । ହେମଗିରି ଥାନା କନିକାରେ ଘଟିଛି ଦୁର୍ଘଟଣା । ବିଧାୟିକା କୁସୁମ ଟେଟେଙ୍କ ଘନିଷ୍ଟ ସହଯୋଗୀ ରୁବୀ ନାଏକ , ତାଙ୍କ ସ୍ବାମୀଙ୍କ ସହ କନିକାରେ ପ୍ରଚାର ବେଳେ ବାଇକକୁ ଧକ୍କା ଦେଲା ପ୍ରଚାର ଗାଡ଼ି। ବାଇକ୍ ଆରୋହୀ ଅସିତ୍ ଭୋଇ ଆହତ ହୋଇଛନ୍ତି । ଆହତ ଅସିତ୍ କୁ ପ୍ରଥମେ କନିକାରେ ପ୍ରାଥମିକ ଚିକିତ୍ସା ପରେ ବେଲପାହାଡ଼ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login