ଭୁବନେଶ୍ୱର : ବିଧାନସଭାରେ ଆସ୍କା -୪୦କୁ ନେଇ ପାଞ୍ଚ ବର୍ଷ ହେଲା କାହିଁକି ବଢିନି ଦର ବୋଲି ଲିଖିତ ପ୍ରଶ୍ନ କରିଥିଲେ ବିଧାୟକ ସରୋଜ ପାଢ଼ୀ । ଉତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଆସିକା ଠାରେ ପ୍ରତିଷ୍ଠିତ ଆସିକା ସମବାୟ ଚିନି ଶିଳ୍ପ ନିଃ ମୂଖ୍ୟତଃ ଚିନି ଉତ୍ପାଦନ କରୁଥିଲେ ମଧ୍ୟ ଚିନିର ଉତ୍ପାଦନ ମୂଲ୍ୟ ବିକ୍ରୟ ମୂଲ୍ୟ ଠାରୁ ଅଧିକ ରହିଛି । ଏଣୁ ହେଉଥିବା କ୍ଷତିର ଭରଣା କରିବା ପାଇଁ ବିକଳ୍ପ ଭାବେ ଏଠାରେ ଦେଶୀ ପ୍ରସ୍ତୁତ କରି ଓଡ଼ିଶା ରାଜ୍ୟ ପାନୀୟ ନିଗମକୁ ଯୋଗାଇ ଦିଆଯାଉଛି । ଏ ବାବଦକୁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦେଶୀ ସୁରାର ସରକାରୀ ଧାର୍ୟ୍ୟ ମୂଲ୍ୟ ପ୍ରଦାନ କରିଥାନ୍ତି । ବର୍ତ୍ତମାନ ଏହି ସୁରାର ବୋତଲ ପ୍ରତି ସର୍ବାଧିକ ବିକ୍ରୟ ମୂଲ୍ୟ ଟ.୬୦ ଧାର୍ୟ୍ୟ ଅଛି ।ତେବେ ଏହି ଦେଶୀ ସୁରା “Aska– ୪୦” ର ମୂଲ୍ୟ ବୃଦ୍ଧି ଶେଷ ଥର ପାଇଁ ୨୦୧୯ ମସିହାରେ ହୋଇଥିଲା ।
Views: 30