ବାରିପଦା : ଏହିଭଳି ଘଟଣା ଦେଖିବାକୁ ମିଳିଛି ବାରିପଦାର ଲକ୍ଷ୍ମୀପୋଷୀ ପୋଲିସ ଫାଣ୍ଡି ଅନ୍ତର୍ଗତ ରଘୁନାଥପୁର ୨୨ନମ୍ବର ୱାର୍ଡର ମୁନି ସମାଜ ସାହିରେ । ନିଜ ସାହିର ଅନ୍ୟ ଜଣଙ୍କ ଘର ସମ୍ମୁଖରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ ସେହି ସାହିର ଜଣେ ବିଧବା ମହିଳାଙ୍କ ଘର ସମ୍ମୁଖରେ ଏକ ଗାମୁଛାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ବିଧବା ମହିଳା ଏହା ଦେଖି ପାଖ ପଡ଼ୋଶୀଙ୍କୁ ଡାକି ଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ସାହିର ସାମାଇ ହାଁସଦାଙ୍କ ପୁଅ ୩୨ ବର୍ଷ ବୟସ୍କ ଜୟାଲ ହାଁସଦା ବୋଲି ଜଣାପଡିଛି । ମୃତ ଜୟାଲଙ୍କ ସ୍ତ୍ରୀ ବୈଜନ୍ତି ହାଁସଦା ଓ ଦେଢ଼ ବର୍ଷର ପୁଅ ଥିବା ଜଣାପଡିଛି । ଜୟାଲ ଘର ପାଖରେ ଛତୁଚାଷ କରୁଥିବାରୁ ପ୍ରତିଦିନ ରାତିରେ ସେ ଘରେ ରୁହନ୍ତି ନାହିଁ ପ୍ରତିଦିନ ଭଳି କାଲି ରାତିରେ ମଧ୍ୟ ସେ ଛତୁ ଚାଷ ନିକଟକୁ ଯାଇ ଶୋଇଥିଲେ ବୋଲି ଜୟାଲଙ୍କ ପରିବାର ଲୋକେ କହିଛନ୍ତି । ତେବେ ଏ ସମ୍ବନ୍ଧରେ ଜୟାଲଙ୍କ ପରିବାର ଲୋକେ କିମ୍ବା ବିଧବା ମହିଳା ଜଣକ କିଛି ଜାଣିନଥିବା କହିଛନ୍ତି । ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବିଧବା ମହିଳାଙ୍କ ଘର ସମ୍ମୁଖରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...










