ଭୁବନେଶ୍ୱର : ବିଦେଶିନୀଙ୍କ ଜଘଂରେ ଶ୍ରୀ ଜଗନ୍ନାଥଙ୍କ ଟାଟୁ କରାଯିବା ଘଟଣା ।ସହିଦନଗର ସ୍ଥିତ ଟାଟୁ ଦୋକାନ ଆଗରେ ଜଗନ୍ନାଥ ପ୍ରେମୀଙ୍କ ବିକ୍ଷୋଭ । ଶ୍ରୀମନ୍ଦିର ସମ୍ମୁଖରେ ଆଣ୍ଠେଇକି କ୍ଷମା ମାଗିବାକୁ ଦାବିକଲେ । କମିଶନରେଟ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି । ଜଣେ ବିଦେଶିନୀ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କି ଏହାକୁ ସୋସିଆଲ ମିଡିଆରେ ଛାଡ଼ିଥିଲେ । ଏହା ପରେ ହୋଇଥିଲା ପ୍ରତିବାଦ । ଟାଟୁ ଆଙ୍କିଥିବା ଭୁବନେଶ୍ୱର ରକି ଟାଟୁଜ୍ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଶୋଇଙ୍କ ନାଁରେ ସହିଦନଗର ଥାନାରେ ମାମଲା ହୋଇଛି । ସେପଟେ ମହାପ୍ରଭୁଙ୍କୁ ଅପମାନିତ କରିଥିବାରୁ ନିଜଆଡ଼ୁ କ୍ଷମା ପ୍ରାର୍ଥନା କରିଛନ୍ତି ରକି । ଅନ୍ୟପଟେ ଟାଟୋ ଆଙ୍କିଥିବା ବିଦେଶିନୀ ମଧ୍ୟ ଭିଡିଓ ବାର୍ତ୍ତାରେ କ୍ଷମା ପ୍ରାର୍ଥନା କରିଛନ୍ତି ।
Views: 33