The Ultimate Managed Hosting Platform
ADVERTISEMENT

ବିଜୟ ପରେ ବିରୁଷ୍କାଙ୍କ ଖୁସି

Facebook
Twitter
LinkedIn


ଅହମଦାବାଦ : ବିଜୟ ପରେ ବିରୁଷ୍କାଙ୍କ ଖୁସି । ଆଇପିଏଲ-୨୦୨୫ରେ ଆରସିବି ଫାଇନାଲ ମ୍ୟାଚ୍ ଜିତିବା ପରେ ଭାବପ୍ରବଣ ହୋଇଯାଇଥିଲେ ଷ୍ଟାର୍ ବ୍ୟାଟର ବିରାଟ କୋହଲି । ବିଜୟ ପରେ ସେ ଯେତେବେଳେ ପଡିଆରେ ନିଜ ଖୁସି ଜାହିର କରୁଥିଲେ ସେତେବେଳେ ତାଙ୍କ ଆଖିର ଲୁହକୁ ସାରା ଦୁନିଆ ଦେଖୁଥିଲା । କେମିତି ଏହି ବିଜୟ ମୁହୂର୍ତ୍ତ ପାଳିବାକୁ ଜଣେ ୧୮ ବର୍ଷ ଧରି ପ୍ରତୀକ୍ଷା କରିପାରେ ତାର ଉଦାହରଣ ସାଜିଥିଲେ କିଙ୍କ୍ କୋହଲି । ବିରାଟଙ୍କ ଆଖିରେ ଖୁସି ଲୁହ ବୋହି ଆସୁଥିବା ବେଳେ ତାଙ୍କ ଲୁହକୁ ପୋଛି ଦେଇଥିଲେ ତାଙ୍କ ପତ୍ନୀ ଅନୁଷ୍କା ।
ପଡିଆରେ ବିରାଟଙ୍କୁ ଆଲିଙ୍ଗନ ଏବଂ ଚୁମ୍ବନ ଜରିଆରେ ବିଜୟର ଶୁଭେଚ୍ଛା ଅନୁଷ୍କା ଜଣାଇଥିବା ବେଳେ ଅନୁଷ୍କାଙ୍କୁ ଜୋରରେ ଜାବୁଡି ଧରି ଏ ସଫଳତା ପଛରେ ପତ୍ନୀଙ୍କର ବି ହାତ ଥିବା କହି ଅନୁଷ୍କାଙ୍କୁ ବିଜୟର ଶ୍ରେୟ ଦେଇଥିଲେ ବିରାଟ । ତେବେ ଆରସିବି ଯେତେବେଳେ ଜିତିଗଲା ସେତେବେଳେ ଗ୍ୟାଲେରୀରେ ଥିବା ଅନୁଷ୍କା କ୍ଷଣିକ ପାଇଁ ବିଶ୍ବାସ କରି ପାରିନଥିଲେ ଏବଂ ପରେ ଟ୍ରଫି ସହ ଉଭୟ ବିରାଟ- ଅନୁଷ୍କା ବିଭିନ୍ନ ପୋଜରେ ଫଟୋ ଉଠାଇଥିଲେ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login