ଭୁବନେଶ୍ୱର : ଦୁଷ୍କର୍ମ , ଜୀବନ ନେବା . ଆତ୍ମାହୁତି ଘଟଣା ରାଜ୍ୟରେ ଧିରେ ଧିରେ ବଢିବାରେ ଲାଗିଛି । ବିଜେପି ସରକାର ଓଡିଶାକୁ ଆସିବା ପରେ ବୋଧେ କାହାର ନଜର ଲାଗିଯାଇଛି । ନାରୀ ସୁରକ୍ଷାରେ ଭାରତ ବର୍ଷରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା ହୋଇଛି ବୋଲି ବିଜେଡିର ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି। ପ୍ରବାସୀ ଓଡ଼ିଆ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି। ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡ଼ିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ। ମାଲକାନଗିରି ଘଟଣା ହୃଦୟ ବିଦାରକ ହୋଇଛି।
୧୫ ବର୍ଷର ନାବାଳିକାଙ୍କ ସହ ଦୁଇ ଦୁଇ ଥର ଦୁଷ୍କର୍ମ କରାଯାଇଛି । ଉଦ୍ଧାର ହେବା ପରେ ମଧ୍ୟ ଦୁଷ୍କର୍ମ କରା ଯାଇଛି। ଡବଲ ଇଞ୍ଜିନ୍ ସରକାରରେ ଡବଲ ଦୁଷ୍କର୍ମ ହେଉଛି। ପୁଲିସ ଅଭିଯୋଗ ପରେ ବି ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ୟ୍ୟାନୁଷ୍ଠାନ ହେଉନାହିଁ । ନ୍ୟାୟ ନମିଳିବାରୁ ଲଜ୍ଜା ସହି ନପାରି ବିଷ ପିଇ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି। ଏବେ ସେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ବନ୍ଧୁ ଗାଁ କୋରାପୁଟରେ ଜୁଲାଇରେ ଦୁଷ୍କର୍ମ କରାଯାଇଥିଲା। କିଛି ନ୍ୟାୟ ମିଳିନାହିଁ। ଅନୁସୂଚିତ ଜନଜାତି ବିଭାଗର ମନ୍ତ୍ରୀ ଚୁପ୍ ରହିଛନ୍ତି। କ୍ରବାର ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଲକାନଗିରି ଯାଇ ପୀଡ଼ିତାଙ୍କ ପରିବାରଙ୍କୁ ଭେଟିବେ। ଡାକ୍ତରଖାନାରେ ଯାଇ ତଥ୍ୟ ସଂଗ୍ରହ କରିବେ। ୨୬ ତାରିଖରେ ଡିଆରାଇଜି ଅଫିସ୍ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।
ବିଜେପି ସରକାରଙ୍କୁ ବୋଧେ କାହାର ନଜର ଲାଗିଯାଇଛି : ପ୍ରଦୀପ ମାଝୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











