The Ultimate Managed Hosting Platform
ADVERTISEMENT

ବିଜେପିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

Facebook
Twitter
LinkedIn

ଭଉବନେଶ୍ୱର : ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଘୁ । ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କୁ ପଠାଇଛନ୍ତି ରଘୁ ମହାନ୍ତି । ୨୦୧୯ ନିର୍ବାଚନରେ ରଘୁ ମହାନ୍ତି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ୨୦୧୯ରେ ବିଜେପିରେ ଯୋଗ ଦେବା ପୂର୍ବରୁ ବସ୍ତାରୁ ୫ଥର ବିଧାୟକ ହୋଇଥିଲେ ରଘୁନାଥ ମହାନ୍ତି । ନବୀନ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ରଘୁ । ତେବେ ବଧୂ ନିର୍ୟାତନା ମାମଲାରେ ଛନ୍ଦି ହେବା ପରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ରଘୁ । ପରବର୍ତ୍ତୀ ସମୟରେ ଦଳୀୟ ଟିକେଟ ନ ମିଳିବାରୁ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ ରଘୁନାଥ ମହାନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login