ଭୁବନେଶ୍ୱର ; ଥମିବା ବଦଳରେ ତୀବ୍ର ହେବାରେ ଲାଗିଛି କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ । କଳାକାରଙ୍କ ଉପରୁ ବ୍ୟାନ ହଟାଇବା ପାଇଁ କଳାକାର ସଂଘ ଦାବି କରିବା ସହ ଯାତ୍ରା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଯାତ୍ରା ମାଲିକଙ୍କୁ ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି ରାଜଧାନୀ ଅପେରା ପରିଚାଳକ ଜଗତ ଜୀବନ କହିଛନ୍ତି । କଳାକାର ଓ ମାଲିକଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପୁଣି ଏକାଠି ହୋଇଛନ୍ତି ଯାତ୍ରା ମାଲିକ ।ଗତକାଲି ଚଣ୍ଡିଖୋଲରେ ଯାତ୍ରା ମାଲିକ ମାନେ ଏକାଠି ହୋଇଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି। ମାଲିକ ସଂଘ, କଳାକାର ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରେ ଲଗାଇଥିବା ବୟକଟକୁ ପ୍ରତ୍ୟାହାର କରାଯିବନି । ଅନ୍ୟପଟେ ଯାତ୍ରା ମାଲିକ ମାନେ କଳାକାର ବାପି ପଣ୍ଡାଙ୍କ ଉପରେ କଡ଼ା ଆଭିମୁଖ୍ୟ ନେଇଛନ୍ତି । ଆଗାମୀ ଦିନରେ ବାପି ପଣ୍ଡାଙ୍କୁ ସଂଘଭୁକ୍ତ କୌଣସି ଯାତ୍ରା ପାର୍ଟିରେ ରଖିବେ ନାହିଁ ବୋଲି ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି । ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା କରାଯିବା ପରେ ଏହି ନିଷ୍ପତ୍ତି ନିଆ ଯାଇଛି । ଅନ୍ୟପଟେ ସୋସିଆଲ ମିଡିଆରେ ଯେଉଁଭଳି ଭାବେ ଆରୋପ ପ୍ରତ୍ୟାରୋପ ହେଉଛି, ତାକୁ ନେଇ ଯାତ୍ରା ଜଗତ କଳଙ୍କିତ ହେଲାଣି ବୋଲି କହିଛନ୍ତି ଯାତ୍ରା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୦ ଦିନ ପରେ ମାଲିକ ସଂଘ ନେଇପାରେ ବଡ଼ ନିଷ୍ପତ୍ତି। ଦରକାର ପଡ଼ିଲେ ଯାତ୍ରାକୁ ବନ୍ଦ ରଖା ଯିବ ବୋଲି କହିଛନ୍ତି ମାଲିକ ସଂଘର ସଭାପତି।
ଥମୁନି ଯାତ୍ରା ବିବାଦ ; କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିଦେ୍ର୍ଦଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











