ଭୁବନେଶ୍ୱର ; ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ପ୍ରମୁଖ ନେତା ଅନୁପସ୍ଥିତ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦେଖିବାକୁ ମିଳିନି । ଶଶି ବେହେରା, ଭୂପିନ୍ଦର ସିଂ, ନିରଞ୍ଜନ ବିଶି ଅନୁପସ୍ଥିତା ସନାତନ ମହାକୁଡ, ସୁଲତା ଦେଓ,ସସ୍ମିତ ପାତ୍ରଙ୍କ ଦେଖା ମିଳିନି । କେଉଁ ପରିସ୍ଥିତିରେ ଏହି ବିଶେଷ ମୁହୂର୍ତ୍ତରେ ନ ଥିଲେ ସ୍ପଷ୍ଟ ହୋଇନି ।
ଅନ୍ୟପଟେ ଶଙ୍ଖ ଭବନ ନ ଆସିବା ନେଇ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ପ୍ରତିକ୍ରିୟା । ଷ୍ଟେଟ କାଉନସିଲ ବୈଠକକୁ ମୋତେ ଡକାଯାଇ ନାହିଁ । ମୋତେ ଡାକି ନାହାନ୍ତି , ମୁଁ ଯାଇନି । କାହିଁକି ଡାକିଲେଣି ଜାଣିନି । ପୂର୍ବରୁ ଷ୍ଟେଟ କାଉନସିଲ ବୈଠକ ହେଲେ ଡକାଯାଇଥାଏ । ଦଳ ସହିତ ମୁଁ ରହିଛି , ଚକ୍ରାନ୍ତ କଥା ମୁଁ ଜାଣିନି ।
ଶଙ୍ଖଭବନ ନ ଆସିବା ନେଇ ବରିଷ୍ଠ ନେତା ଶଶି ବେହେରା ପ୍ରତିକ୍ରିୟା ଦେଇଛନ୍ତି । ମୋତେ ଡକାଯାଇନି, ଯିଏ ଡାକି ନାହାନ୍ତି ସିଏ କହିପାରିବେ । ଯିଏ ଦଳର ସାଂଗଠନିକ କଥା କହୁଛନ୍ତି କହିପାରିବେ । ବାହ୍ୟ ଶକ୍ତି ମନ୍ତବ୍ୟ ପ୍ରସଙ୍ଗରେ ମଧ୍ୟ ରଖିଲେ ପ୍ରତିକ୍ରିୟା । ନବୀନଙ୍କୁ ବାହ୍ୟ ଶକ୍ତି ଦୁର୍ବଳ କରିବାକୁ ଚାହିଁଲେ ପ୍ରତିହତ କରିବୁ କହିଲେ । ଏହା କଣ ଭୁଲ ମନ୍ତବ୍ୟ ଥିଲା କି ବୋଲି କହିଲେ । ମୁଁ କେବେ ଦଳବିରୋଧୀ କାମ କେବେ ଜୀବନରେ କରିଛି ବିଚାର କରିପାରୁନି । ଦଳରେ ସର୍ବଦା ମୁଁ ଜଣେ ଶୃଙ୍ଖଳିତ କର୍ମୀ ।
ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ପ୍ରମୁଖ ବରିଷ୍ଠ ନେତାଙ୍କ ଅନୁପସ୍ଥିତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...