ଭୁବନେଶ୍ୱର : ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି । ସରକାରଙ୍କ ଜନବିରୋଧି କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଜଣାଇବାକୁ ବିଜେଡି ସୁପ୍ରିମୋଙ୍କ ନିଦେ୍ର୍ଦଶ । ଏଥି ସହ ନୂଆ ବିଶ୍ୱାସ ସହ ଓଡିଶା ଗଠନ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ଦଳର ନେତା, ପଦାଧିକାରୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଦଳର ୨୮ ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ । ଦଳର ଛାମୁଆ ନେତୃତ୍ୱ, ପଦାଧିକାରୀ ତଥା ଶୁଭେଚ୍ଛୁମାନଙ୍କୁ ନେଇ କ୍ଷେତ୍ରୀୟ ସମ୍ମଳନୀ କରି ଗତ ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ ନିଆଯାଇଥିବା ସଫଳ କାର୍ଯ୍ୟକ୍ରମ ଥଥା ବର୍ତ୍ତମାନର ସରକାରଙ୍କ ବିଫଳତାକୁ ଲୋକ ଲୋଚନକୁ ଆଣିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।
Views: 39