କେନ୍ଦ୍ରାପଡା : ବିଜେଡିରୁ ଇସ୍ତଫା ଦେଲେ ଗୀତାଞ୍ଜଳୀ ସେଠୀ । କେନ୍ଦ୍ରାପଡା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ । ଦଳର ସଭାପତିଙ୍କୁ ପଠାଇଲେ ନିଜ ଇସ୍ତଫାପତ୍ର । କେନ୍ଦ୍ରାପଡାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ଛାଡିଥିବା କହିଲେ । ବିଜେଡିରେ ରହି କାମ କରିବା ସମ୍ଭବପର ହେଉନାହିଁ ବୋଲି କହିଛନ୍ତି ଗୀତାଞ୍ଜଳି । ଏହାସହ କେନ୍ଦ୍ରାପଡାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ଗୀତାଞ୍ଜଳି । ସବୁଠୁ ବଡ କଥା ହେଲା ଗୀତାଞ୍ଜଳି ଏହି ଇସ୍ତଫାପତ୍ରରେ ବିଜେପି କ୍ୟାମ୍ପରେ ସାମିଲ ହେବା ନେଇ ମଧ୍ୟ ସଂକେତ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଶିତ ଭାରତ କାର୍ୟ୍ୟକ୍ରମରେ ପ୍ରଭାବିତ ହୋଇ ବିଜେଡି ଛାଡିଥିବା କହିଛନ୍ତି ଗୀତାଞ୍ଜଳି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବା ଗୀତାଞ୍ଜଳି ବିଜେଡି ଛାଡିବା ପରେ କେନ୍ଦ୍ରାପଡାରେ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।
Views: 71