ମୁମ୍ବାଇ: ରିଆଲିଟି ଶୋ’ ବିଗ୍ ବସ୍ -୧୭ର ଗ୍ରାଣ୍ଡ ଫାଇନାଲ ଗତ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାୱର ଫାରୁକି ବିଗ୍ ବସ୍-୧୭ ବିଜେତା ହୋଇଛନ୍ତି। ୩୨ ବର୍ଷୀୟ ମୁନାୱରଙ୍କୁ ଟ୍ରଫି ସହ ନଗଦ ୫୦ ଲକ୍ଷ ଟଙ୍କା ଓ ଏକ ହ୍ୟୁଣ୍ଡାଇ କ୍ରେଟା କାର୍ ମିଳିଛି। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍ ଷ୍ଟାଣ୍ଡଅପ୍ କମେଡିଆନ୍ ମୁନାୱର ଫାରୁକିଙ୍କୁ ବିଜୟୀ ଘୋଷଣା କରିଥିଲେ। ବିବାଦୀୟ ରିଅଲିଟି ଶୋ’ ବିଗ୍ ବସ୍-୧୭ର ବିଜେତା ନାଁ ଜାଣିବାକୁ ସମସ୍ତେ ବ୍ୟଗ୍ର ଥିଲେ । ଶେଷ ମୁହୂର୍ତ୍ତରେ ଅଙ୍କିତା ଲୋଖାଣ୍ଡେ, ମନ୍ନାରା ଚୋପ୍ରା ଓ ଅରୁଣ ମଶେଟ୍ଟି ଓ ମୁନାୱର ଫାରୁକିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ମାତ୍ର ଶେଷରେ ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍ ଷ୍ଟାଣ୍ଡଅପ୍ କମେଡିଆନ୍ ମୁନାୱରଙ୍କୁ ବିଜୟୀ ଘୋଷଣା କରିଥିଲେ।
Views: 87