କୋଲକତା : ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୯ ଜଣଙ୍କର ଚାଲିଗଲା ଜୀବନ । ବଳରାମପୁର ନିକଟ ଏନଏଚରେ କାରକୁ ଧକ୍କା ଦେଲା ଟ୍ରକ । ବାହାଘର ଭୋଜି ଖାଇ ଫେରିବା ବେଳେ ଘଟିଲା ଦୁର୍ଘଟଣା । ସୂଚନା ମୁତାବକ, ବୋଲେରୋ ଗାଡିରେ ଥିବା ସମସ୍ତ ୯ ଜଣଙ୍କର ଜୀବନ ଚାଲିଯାଇଛି । ଝାଡ଼ଖଣ୍ଡର ତିଲାଇଡାଣ୍ଡରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ । ସେମାନଙ୍କ ଗାଡି ନାମଶୋଲ ନିକଟରେ ପହଞ୍ଚିବା ବେଳେ ଏକ ଟ୍ରେଲର ସାମ୍ନାକରୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋ ଗାଡ଼ିରେ ଥିବା ସମସ୍ତେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକ ତୁରନ୍ତ ପୋଲିସ ଏବଂ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ଏହାପରେ ସମସ୍ତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସମସ୍ତ ୯ ଜଣଙ୍କୁ ମୃତ ଘୋଷଣା କରିଥିଲେ ।
Views: 13