The Ultimate Managed Hosting Platform
ADVERTISEMENT

ବାଲେଶ୍ୱର ଏଫଏମ କଲେଜ ଘଟଣା ; ଛାତ୍ରୀଙ୍କ ଅବସ୍ଥା ଆଜି ବି ଜଟିଳ, ୭୨ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ଛାତ୍ରୀଙ୍କ ଅବସ୍ଥା କାଲି ପରି ଆଜି ବି ଜଟିଳ ରହିଛି । ସୂଚନା ଦେଲେ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଦିଲୀପ ପରିଡା । ୭୨ ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ଫୁସ୍ଫୁସ୍, ହୃତ୍ପିଣ୍ଡ ଓ କିଡ୍ନି ପ୍ରଭାବିତ ହୋଇଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇପାରେ । କିନ୍ତୁ ବର୍ତ୍ତମାନ ସମୟ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏୟାରଲିଫ୍ଟ କରିବା ସମ୍ଭବ ନୁହେଁ । ଏମ୍ସ ଭୁବନେଶ୍ବର ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ ପରିଡା କହିଛନ୍ତି ଯେ ଗତକାଲି ପୀଡ଼ିତା ଆସିବାବେଳେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ପୂର୍ବରୁ ଖବର ପାଇ ଆମେ ସମସ୍ତ ପ୍ରସ୍ତୁତି କରି ରଖିଥିଲୁ । ପୀଡ଼ିତାଙ୍କ ଶ୍ବାସନଳୀ ପୋଡ଼ି ଯାଇଥିବାରୁ ତାଙ୍କର ସଙ୍ଗେ ସଙ୍ଗେ ଇନ୍ଟୁବେଟ୍ କରାଯାଇଥିଲା । ଏହାପରେ ହାର୍ଟ ରେଟ୍, ଅକ୍ସିଜେନ୍ ଲେବଲ, ବ୍ଲଡ୍ପ୍ରେସର୍ ଆଦି ଯାଞ୍ଚ କରାଯିବା ପରେ ଚିକିତ୍ସା କରାଯାଇଥିଲା । ଅବସ୍ଥାରେ ଟିକେ ଉନ୍ନତି ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ପୀଡ଼ିତାଙ୍କ ଚିକିତ୍ସା ପାଇଁ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ତେଣୁ ଦିଲ୍ଲୀ ଏମ୍ସର ୩ ଜଣିଆ ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ଭିଡିଓ କନ୍ଫରେନ୍ସିଂ ଜରିଆରେ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଆବଶ୍ୟକ ହେଲେ ପୁଣି ଡାଇଲିସିସ ହେବ । ଦିଲ୍ଲୀ ଏମ୍ସ ବିଶେଷଜ୍ଞ ସହ କଥା ହୋଇ ଆଣ୍ଟ୍ ବାୟୋଟିକ ଚାଲିଛି । ବ୍ଲଡ ପ୍ରେସର୍ ଅଧିକ ରହିଛି । ଛାତ୍ରୀ ଜଣଙ୍କ ଭେଣ୍ଟିଲେଟରରେ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login