ନୂଆଦିଲ୍ଲୀ : କ୍ରିକେଟ୍ କିଙ୍ଗ ସଚିନ ତେନ୍ଦୁଲକର ୫୦ ବର୍ଷ ବୟସରେ ପାଦ ଥାପିଛନ୍ତି । ୫୦ତମ ଜନ୍ମଦିନ ପାଇଁ ସଚିନଙ୍କୁ ନିଆରା ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସଚିନଙ୍କ ପାଇଁ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । କେବଳ ସୁଦର୍ଶନ ନୁହନ୍ତି, ସମଗ୍ର ବିଶ୍ୱରୁ ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦିଆଯାଇଛି । ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିବା ସଚିନ ଦୁନିଆର ଅନ୍ୟତମ ସର୍ବଶ୍ରେଷ୍ଠ ବ୍ୟାଟର । ଯାହାଙ୍କ ନାଁରେ ରହିଛି କ୍ରିକେଟର ପ୍ରାୟ ସବୁ ରେକର୍ଡ । ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍ ଓ ଶତକର ରେକର୍ଡ ମାଷ୍ଟର ବ୍ଲାଷ୍ଟରଙ୍କ ନାଁରେ ରହିଛି ।
Many many congratulations and best wishes to master blaster @sachin_rt . My SandArt at Puri beach in Odisha.#happybirthdaysachintendulkar #sachin50 pic.twitter.com/iwzwc5nNIO
— Sudarsan Pattnaik (@sudarsansand) April 24, 2023
Views: 88