କଟକ : କଟକ ବାଲିଯାତ୍ରାରେ ସିଏମସି ସ୍ୱାସ୍ଥ୍ୟ ଟିମର ଯାଞ୍ଚ । ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ସ୍ୱାସ୍ଥ୍ୟ ଟିମ ସଦସ୍ୟ । କେତେକ ଖାଦ୍ୟ ଷ୍ଟଲରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ । ବାସିଖାଦ୍ୟ ବିକ୍ରି କରିବା ଓ ଖାଦ୍ୟ ଗଚ୍ଛିତ ରଖିବା ନେଇ ଚଢାଉ କରୁଛି ଟିମ୍ । ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ କରାଯାଇଛି । ନିୟମିତ ବ୍ୟବଧାନରେ ବାଲିଯାତ୍ରା ସରିବା ଯାଏ ଏଭଳି ଯାଞ୍ଚ ଚାଲିବ । ସମସ୍ତଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ସିଏମସି ପ୍ରତିଦିନ ଏହି ଚଢାଉ ଜାରି ରଖିବ ବୋଲି କୁହାଯାଉଛି । ପୂର୍ବ ବର୍ଷ ବାଲିଯାତ୍ରାରେ କୁଇଣ୍ଟାଲ କୁଇଣ୍ଟାଲ ବାସି ଖାଦ୍ୟ ନଷ୍ଟ କରିଛି ସିଏମସି । ତେବେ ଚଳିତବର୍ଷ ମଧ୍ୟ ସମାନ ଭାବରେ ଚଢାଉ ଜାରି ରଖିଛି ସିଏମସିର ଫୁଡ ଟିମ୍ । ଏଥି ସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନ କରିବାକୁ ସଚେତନ କରାଯାଇଛି ।
Views: 33