The Ultimate Managed Hosting Platform
ADVERTISEMENT

ବାଲିଗୁଡା ସହରରେ ମାତିଛନ୍ତି ଲୁଟେରା, ସିସିଟିଭିରେ କଏଦ ହେଲା ଭିଜୁଆଲ

Facebook
Twitter
LinkedIn

ବାଲିଗୁଡା : ବାଲିଗୁଡା ସହରରେ ମାତିଛନ୍ତି ଲୁଟେରା । ଏକ ମାସ ହେବ ସହରର ବିଭିନ୍ନ ଦୋକାନକୁ ଲୁଟେରା କରୁଛନ୍ତି ଟାର୍ଗେଟ । ପ୍ରତିଟି ଦୋକାନର ତାଲାକୁ ଲୁହା ରଡ଼ରେ ତାଡି ଭାଙ୍ଗି ଚୋରି କରି ଚମ୍ପଟ ମାରୁଛନ୍ତି । ତେବେ ବାଲିଗୁଡା ମୁଖ୍ୟ ରାସ୍ତାର ତହସିଲଦାରଙ୍କ ରେସିଡେଣ୍ଟ ସାମ୍ନାରେ ଏକ ମେଡ଼ିସିନ ଷ୍ଟୋରରେ ପଶି କଳାକନା ବୁଲାଇଛନ୍ତି ଚୋର । ବିଳମ୍ବିତ ରାତ୍ରିରେ ଚୋରି କରୁଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି କିପରି ଗୋଟିଏ ପରେ ଗୋଟିଏ ଦୋକାନକୁ ଟାର୍ଗେଟ କରି ଚୋରି କରୁଛନ୍ତି ଲୁଟେରା । ତେବେ ମୁଖ୍ୟ ରାସ୍ତାରେ ଥିବା ଗିରିଜା ମେଡ଼ିସିନ ଷ୍ଟୋରରୁ ଦୁଇ ଦୁର୍ବୁତ୍ତ ଲୁହା ରଡ଼ ସାହାଯ୍ୟରେ ତାଲା ଭାଙ୍ଗି ଚୋରି କରିଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦୁଇ ଦୁର୍ବୁତ୍ତ ମେଡ଼ିସିନ ଷ୍ଟୋରରୁ ନଗଦ ତେର ହଜାର ଟଙ୍କା, ସ୍ମାର୍ଟ ୱାଚ ଚୋରି କରିଥିବା ଦୋକାନୀ ମାଲିକ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login