ଜମ୍ମୁ : ଜମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା । ୧୦ ଜଣଙ୍କ ମୃତ୍ୟୁ ଆଶଙ୍କା । କିସ୍ତୱାର ଜିଲ୍ଲାର ଚାସୋତି , ପଦର ଅଞ୍ଚଳରେ ବାଦଲଫଟା ବର୍ଷା । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି । ଆଜି ଦ୍ଵିପ୍ରହରରେ ଜମ୍ମୁ-କାଶ୍ମୀରର କିସ୍ତୱାଡ଼ର ପଡ୍ଡରର ଚିଶୋଟି ଗାଁରେ ମଚୈଲ ମାତା ମନ୍ଦିର ପାଖରେ ବାଦଲ ଫଟା ବର୍ଷା ହୋଇଛି । ଯାହାଦ୍ୱାରା ସେଠାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାମଲାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କିସ୍ତୱାଡ଼ର ଡିସି ପଙ୍କଜ ଶର୍ମାଙ୍କ ସହ ଫୋନରେ କଥା ହୋଇ ସୂଚନା ନେଇଛନ୍ତି । ଘଟଣାରେ ବଡ଼ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି ଏବଂ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ଘଟଣାରେ ବନ୍ୟାରେ ଏକ କାର୍ ଫସି ରହିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅନ୍ୟପଟେ କାଶ୍ମୀରର ରାଜୌରୀ ଏବଂ ମେଣ୍ଢରରୁ ମଧ୍ୟ ବାଦଲ ଫାଟିବାର ସୂଚନା ମିଳିଛି ।
Views: 83











