The Ultimate Managed Hosting Platform
ADVERTISEMENT

ପାକିସ୍ତାନ ସ୍ୱାଧୀନତା ଦିବସରେ ଅଘଟଣ ; ଗୁଳିଚାଳନା ଯୋଗୁଁ ଚାଲିଗଲା ୩ ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନ ଆଜି ଅର୍ଥାତ୍ ୧୪ ଅଗଷ୍ଟରେ ତା’ର ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ବିଶେଷ ଅବସରରେ କରାଚୀ ସହରରେ ଖୁସି ଶୋକରେ ପରିଣତ ହୋଇଥିଲା । ଉତ୍ସବ ସମୟରେ ହଠାତ୍ ଗୁଳିକାଣ୍ଡ ହୋଇଥିଲା । ଏହି ଗୁଳିକାଣ୍ଡରେରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଜଣେ ୮ ବର୍ଷର ଝିଅ ଏବଂ ଜଣେ ବରିଷ୍ଠ ନାଗରିକ ମଧ୍ୟ ଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଆଜିଜାବାଦରେ ରାସ୍ତାରେ ଯାଉଥିବା ସମୟରେ ଜଣେ ଛୋଟ ଝିଅକୁ ଗୁଳି କରି ହତ୍ୟା କରାଯାଇଛି । କୋରାଙ୍ଗିରେ ଷ୍ଟିଫେନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ନିଶ୍ଚିତ ହୋଇଛି । ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ଲୋକଙ୍କୁ ସିଭିଲ୍, ଜିନ୍ନା ଏବଂ ଆବାସି ସହିଦ ହସ୍ପିଟାଲ ସହିତ ଘରୋଇ ହସ୍ପିଟାଲକୁ ନିଆଯାଇଛି । ପୋଲିସ ତତ୍ପରତା ଦେଖାଇ ବିଭିନ୍ନ ଅଞ୍ଚଳରୁ ୨୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login