ବାଙ୍ଗାଲୋର : ବାଙ୍ଗାଲୋର ଷ୍ଟାଡିୟମରେ ଦଳାଚକଟା ଘଟଣା । ଦଳାଚକଟା ଘଟଣାର ପ୍ରମୁଖ କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଚିନ୍ନାସ୍ୱାମୀ ଷ୍ଟାଡିୟମର କ୍ଷମତା ଥିଲା ୩୫ ହଜାର ଦର୍ଶକ ପ୍ରବେଶ କରିପାରିବେ । କିନ୍ତୁ କ୍ଷମତା ଠାରୁ ଅଧିକ ୩ ରୁ ୫ ଲକ୍ଷ ଲୋକ ଅଧିକ ପଶିଥିଲେ । ଷ୍ଟାଡିୟମକୁ ମାଗଣାରେ ଯିବାକୁ ଅନୁମତି ରହିଛି ବୋଲି ମିଛ ଗୁଜବ କରାଯାଇଥିଲା । ଷ୍ଟାଡିୟମରେ ଚଢିବା ପାଇଁ ଫ୍ୟାନ୍ସ ମାନେ କାନ୍ଥ କଡରେ ଥିବା ନାଳସ୍ଲାବ ଉପରେ ଚଢିଥିଲେ , ଅନ୍ୟ କେତେକ ଗଛ ଉପରେ ଚଢିଥିଲେ । ପୋଲିସ ରାସ୍ତାରେ କଡା ସୁରକ୍ଷା ବ୍ୟବସ୍ଥା କରିଥିଲା । କିନ୍ତୁ ଫ୍ୟାନ୍ସ ମାନେ ମେଟ୍ରୋ ଯୋଗେ ଷ୍ଟାଡିୟମରେ ପହଁଚିଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକର୍ମୀ ବହୁତ କମ୍ ଥିଲେ ବୋଲି ଦର୍ଶକଙ୍କ ଅଭିଯୋଗ । ଦୀର୍ଘ ୧୮ ବର୍ଷରେ ଆରସିବି ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ବେଙ୍ଗାଲୁରୁ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବିଜୟ ସମ୍ବର୍ଦ୍ଧନା ଉତ୍ସବ କାର୍ୟ୍ୟକ୍ରମ ରହିଥିଲା । ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଷ୍ଟାଡିୟମ ବାହାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ଅଧିକାରୀ କହିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳାଚକଟା ଘଟଣାରେ ଅତ୍ୟଧିକ ଭିଡ଼କୁ ଦାୟୀ କରିଛନ୍ତି ।
ବାଙ୍ଗାଲୋର ଷ୍ଟାଡିୟମରେ ଦଳାଚକଟା ଘଟଣା ; ମାଗଣା ଟିକେଟ ଗୁଜବ ପାଇଁ ଚାଲିଗଲା ୧୧ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











